କୋରାପୁଟ, ୨୬/୦୭: କୋରାପୁଟର ଜୟପୁର ଫରେଷ୍ଟ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।
ରିପୋର୍ଟ ଅନୁଯାୟୀ, ତାଙ୍କ ଦ୍ୱାରା ଅର୍ଜିତ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ରେଞ୍ଜର। ତାଙ୍କୁ ଆଜି ଜୟପୁରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ। ଏ ନେଇ ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନେପାକଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନଂ.୨୫/୨୦୨୫ ରୁଜୁ କରାଯାଇଛି।
ଗତ କାଲି ଚଢ଼ାଉ ବେଳେ ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନେପାକଙ୍କ ପାଖରେ ୧.୪୩ କୋଟି ଟଙ୍କା ନଗଦ କ୍ୟାସ, ଏକ ବହୁମହଲା କୋଠା, ତିନୋଟି ଫ୍ଲାଟ୍, ଦୁଇଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧.୩୩ କୋଟି ଟଙ୍କାରୁ ଅଧିକ ଜମା, ଦେଢ କିଲୋଗ୍ରାମ ସୁନା, ସାଢେ଼ ୪ କିଲୋଗ୍ରାମ ରୂପା, ୨ଟି ଚାରି ଚକିଆ ଯାନ ଇତ୍ୟାଦି ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଯାହାର ସେ ସନ୍ତୋଷଜନକ ହିସାବ ଦେଇ ପାରି ନଥିଲେ।