ମନ କି ବାତ୍‌ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୪ତମ ସଂସ୍କରଣରେ ଓଡ଼ିଶାର ଦୁଇଟି ପ୍ରେରଣାଦାୟକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲାରେ ମହିଳା-ନେତୃତ୍ୱାଧୀନ ସଶକ୍ତିକରଣକୁ ପ୍ରଶଂସା କରିଛନ୍ତି। ଯେଉଁଠାରେ ୬୫୦ ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳୀ ଶାଢ଼ିକୁ ପୁନର୍ଜୀବିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି “ଏହି ମହିଳାମାନେ କେବଳ କପଡ଼ା ତିଆରି କରୁନାହାଁନ୍ତି, ସେମାନେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ସାନ୍ତାଳୀ ଶାଢ଼ି ତିଆରି କରି ସେମାନେ ହଜାର ହଜାର ଟଙ୍କା ରୋଜଗାର କରିବାରେ କିପରି ସକ୍ଷମ ହୋଇ ପାରିଛନ୍ତି।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତି ଏବଂ ସଙ୍ଗୀତର ଏକ ଅନନ୍ୟ ମିଶ୍ରଣ ସଂକୀର୍ତ୍ତନ କରି ସଚେତନତା ସୃଷ୍ଟି କରୁଥିବାରୁ କେନ୍ଦୁଝର ଜିଲ୍ଲାର ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀକୁ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରମିଳା ପ୍ରଧାନଙ୍କ ନେତୃତ୍ୱରେ, ଏହି ଗୋଷ୍ଠୀ କୀର୍ତ୍ତନ ଓ ଭଜନ ଦ୍ୱାରା ଜଙ୍ଗଲ ନିଆଁ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି।

ମୋଦି କହିଛନ୍ତି, “ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଆମ ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳେ, ଏବଂ ଆମର ଭଜନ ଏବଂ କୀର୍ତ୍ତନ ଏହାର ଏକ ଅଂଶ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି କୀର୍ତ୍ତନ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ବନାଗ୍ନି ବିଷୟରେ ସଚେତନ କରାଯାଏ? ଆପଣ ବିଶ୍ୱାସ କରିନପାରନ୍ତି, କିନ୍ତୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଏକ ଗୋଷ୍ଠୀ ଅଛି, ଯାହା ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପ କରୁଛି। ଏହି ପ୍ରେରଣା ଦେଉଛନ୍ତି ପ୍ରମିଳା ପ୍ରଧାନ ଜୀ। ଜଙ୍ଗଲ ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ, ସେ ପାରମ୍ପରିକ ଗୀତରେ ନୂତନ ଗୀତ ଏବଂ ନୂତନ ବାର୍ତ୍ତା ଯୋଡିଛନ୍ତି। ଗୀତ ମାଧ୍ୟମରେ, ଲୋକମାନଙ୍କୁ ବୁଝାଯାଇଛନ୍ତି ଯେ ଜଙ୍ଗଲ ନିଆଁ କେତେ କ୍ଷତି କରେ,” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।