ବିଜେଡ଼ିରୁ ନିଲମ୍ବିତ ହେଲେ ଅମରେଶ

ଦୁଷ୍କର୍ମ ଅଭିଯୋଗ ପରେ ବିଜେଡ଼ି ନେଲା ଆକ୍ସନ

ଭୁବନେଶ୍ୱର, ୨୭/୦୭: ବିଜେଡ଼ିର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡ଼ି। ଅମରେଶ ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଗିରଫ କରିଥିଲା କମିଶନରେଟ ପୋଲିସ। ଏବେ ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।

ଆଜି ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ହୋଇଥିଲେ। ବାଲେଶ୍ବରର ନୀଳଗିରିରୁ ଗିରଫ କରିଥିଲା କମିଶନରେଟ ପୋଲିସ୍। ଗତ କାଲି ଅମରେଶ ଜେନାଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଅମରେଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରହିଥିଲା।

ଅଧିକ ପଢନ୍ତୁ: ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ