ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଥିଲା ଅଶ୍ଳୀଳ ଭିଡ଼ିଓ; ରିଟ୍ରିଭ କଲା ଉଚ୍ଚଶିକ୍ଷା ବିଭାଗ
ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ ହ୍ୟାକ
ଭୁବନେଶ୍ୱର, ୨୮/୦୬: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ହ୍ୟାକ ହୋଇଛି। ଗତ ୪ ଜୁଲାଇରୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ ଅପଲୋଡ଼ ହେଉଥିବାର ଦେଖାଦେଇଛି। ତେବେ କିଏ ଓ କାହିଁକି ଆକାଉଣ୍ଟ ହ୍ୟାକ କରିଛି ତାହା ଜଣା ପଡିନାହିଁ। ଆଜି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରିଟ୍ରିଭ କରାଯାଇଛି। ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟକୁ ହଟାଇ ଦିଆଯାଇଛି। ଏ ନେଇ ସାଇବର ଥାନାରେ ଏତଲା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।
ସେହିପରି ରେଭେନ୍ସା ବିଶ୍ଵବିଦ୍ୟାଳୟର ୱେବସାଇଟ ମଧ୍ୟ ହ୍ୟାକ କରିଛନ୍ତି ସାଇବର ଅପରାଧୀ। ୱେବସାଇଟ ଖୋଲିଲେ ବିଭିନ୍ନ ପ୍ରକାର ଗେମିଂ ଓ ବେଟିଂ ୱେବସାଇଟ ଆସୁଛି। BENTO4D ଭଳି ଏକ ବେଟିଂ ୱେବସାଇଟ ଆସୁଛି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ କୌଣସି କାର୍ଯ୍ୟ ହୋଇ ପାରୁନାହିଁ।