ଭୁବନେଶ୍ୱର, ୧/୮: ଏଣିକି ଡାକ ବିଭାଗରେ ବ୍ୟବହାର ହେବ ନୂଆ ସଫ୍ଟୱେର୍। ଏସ୍ଏପି ସଫ୍ଟୱେର୍ ବଦଳରେ ନିଜସ୍ବ ନିର୍ମିତ ଏପିଟି-୨.୦ ସଫ୍ଟୱେର୍ ପ୍ରଚଳିତ ହେବ। ଏହି ସଫ୍ଟୱେର୍କୁ ଭୁବନେଶ୍ବର ଡାକମଣ୍ଡଳ ତଥା ଖୋର୍ଦ୍ଧା ଜିଲ୍ଲା ଅଧୀନସୁ ସମସ୍ତ ଡାକଘରେ ବ୍ୟବହାର ହେବ। ଆସନ୍ତା ମାସରୁ ପ୍ରଚଳନ କରିବାକୁ ବିଭାଗ ସ୍ଥିର କରିଛି
ଅଗଷ୍ଟ ୪ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡାକଘରେ ଏପିଟି-୨.୦ ସଫ୍ଟୱେର୍ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଅଗଷ୍ଟ ୨ରେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବର ଡାକମଣ୍ଡଳର ସମସ୍ତ ଡାକଘର ବନ୍ଦ ରହିବ।
ଏହି ସଫ୍ଟୱେର୍ ଦ୍ବାରା ଡାକସେବା ଅଧୂକ ତ୍ବରାନ୍ବିତ ହେବ ଏବଂ ନେଟୱର୍କ ଜନିତ ସମସ୍ୟା ମଧ୍ୟ ଦୂର ହେବ। ଭୁବନେଶ୍ବର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି।