ନୂଆଦିଲ୍ଲୀ, ୨/୮: ଓଡ଼ିଆ ଆଇପିଏସ୍ ଅଫିସର ସାଗରିକା ନାଥଙ୍କୁ ଗୁରୁ ଦାୟିତ୍ୱ ମିଳିଛି। କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨୦୧୬ ବ୍ୟାଚର ଓଡ଼ିଶା କ୍ୟାଡ଼ରର ଆଇପିଏସ ଅଫିସର ସାଗରିକା ନାଥ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ରେ ଡେପୁଟେସନ୍ ଭିତ୍ତିରେ ପୋଲିସ ଅଧିକ୍ଷକ (ଏସ୍ପି) ଭାବରେ ମିଳିଲା ନିଯୁକ୍ତି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଆସିଛି। ବର୍ତ୍ତମାନ ସେ ଖୋର୍ଦ୍ଧା ଏସପି ଭାବେ କାମ କରୁଥିବା ବେଳେ ଆଜି ଟ୍ରାନ୍ସଫର ଅର୍ଡର ଆସିଛି। ତୁରନ୍ତ ରିଲିଭ୍ କରିବା ପାଇଁ ଶାସନ ସଚିବଙ୍କୁ ଚିଠି ଆସିଛି।
Prev Post
Next Post