OTET ପ୍ରଶ୍ନପତ୍ର ଲିକ୍ ମାମଲା: ନିଲମ୍ବିତ ହେଲେ ଗିରଫ ପ୍ରଧାନଶିକ୍ଷକ

ସ୍କୁଲ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ

କଳାହାଣ୍ଡି, ୫/୮: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବିତ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପ୍ରଶ୍ନପତ୍ର ଲିକ୍ ମାମଲାରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍। ପ୍ରଶାନ୍ତ ଖମାରୀ କଳାହାଣ୍ଡି ସଦର ବ୍ଲକ୍ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ।

ଏହି ମାମଲାରେ ବୋର୍ଡର ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣ ଗିରଫ ହୋଇଥିଲେ। ସେମାନଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ସେମାନଙ୍କୁ ରିମାଣ୍ଡରେ ନେବାପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ।