ଭୁବନେଶ୍ୱର, ୫/୮: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟର ତଥ୍ୟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ। ସଚିବସ୍ତରୀୟ ବୈଠକ ନିଷ୍ପତ୍ତିକୁ କେତେ କାର୍ଯ୍ୟକାରୀ କରିଛନ୍ତି ତଥ୍ୟ ମାଗିଛନ୍ତି। ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ। ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରୁନଥିଲେ, ଅବସର ଦିଆଯିବ। ଅପାରଗ ବିବେଚିତ କରି ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ଏ ନେଇ ସବୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍ଡି) କଲ୍ୟାଣ କୁମାର ରଥ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି।