ପୁରୀ, ୭/୮: ବଳଙ୍ଗା ଘଟଣାକୁ ନେଇ ଆଜି ପୁରୀ ଜିଲ୍ଲାରେ ହରତାଳ କରିଛି ବିଜେଡି। ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ପୁରୀ ଜିଲ୍ଲା ବିଜେଡି ସଭାପତି ଉମା ସାମନ୍ତରାୟ ଓ ଦିଲୀପ ନାୟକ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ପୀଡ଼ିତାର ବୟାନ ଚାରି ଚାରି ଥର କାହିଁକି ରେକର୍ଡ କରାଯାଇଥିଲା। ପୀଡ଼ିତା ବଞ୍ଚିଥିଲା ବେଳେ କାହିଁକି ପ୍ରକାଶ କଲେ ନାହିଁ। ପୀଡ଼ିତା ମଲା ପରେ ପ୍ରକାଶ କରାଯାଉଛି, ପୀଡ଼ିତା ସୁଇସାଇଡ୍ କରିଛି ବୋଲି। ପୀଡ଼ିତାର ମା କାହିଁକି ଥାନାରେ ଏତଲା ଦେଇଥିଲେ। ପୀଡ଼ିତା କାହିଁକି କହିଥିଲା ମୋତେ ଜବରଦସ୍ତ ପୋଡ଼ି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି।
ଦିଲୀପ ନାୟକ ଆହୁରି ମଧ୍ୟ କହିଛନ୍ତି, ବଳଙ୍ଗା ପୀଡ଼ିତାଙ୍କ ବାପାଙ୍କ ଉପରେ ଚାପ ପକାଇ ମତ ବଦଳାଯାଉଛି। ବାଲେଶ୍ବରରେ ଯେପରି ଅର୍ଥ ଦେଇ ମତ ବଦଳାଗଲା ଏଠି ବି ସେପରି। ୨୦ ଲକ୍ଷ ଲେଖାଏଁ ଲାଞ୍ଚ ଦେଇ ମୁହଁ ବନ୍ଦ କରାଯାଇଛି ବୋଲି କହିଛନ୍ତି।