ନିଜକୁ ଜାଳି ଦେଲେ ଯୁବକ

ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ୱର, ୧୫/୮: ଶୁକ୍ରବାର ଭୁବନେଶ୍ୱରର ଉପକଣ୍ଠ ବାଲିପାଟଣାରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ଯୁବକଙ୍କ ନାମ ଜ୍ୟୋତି ରଞ୍ଜନ ମାଠିଆ ବୋଲି ଜଣାପଡ଼ିଛି।

ପୋଲିସ ଯୁବକଙ୍କୁ ଉଦ୍ଧାର କରି ବାଲିପାଟଣା କମ୍ୟୁନିଟି ହେଲଥକେୟାର ସେଣ୍ଟରରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଜମି ସମ୍ପର୍କିତ କୌଣସି ବିବାଦ ଯୋଗୁଁ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି।