ଆସୁଛି ଗଣପର୍ବ ନୂଆଖାଇ

ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର, ୨୬/୮: ଆଗକୁ ନୂଆଁଖାଇ ଆସୁଥିବାରୁ ଆସନ୍ତା ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) କୋର୍ଟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ଏହା ବଦଳରେ ସେପ୍ଟେମ୍ବର ୧୩ ତାରିଖରେ ପଡ଼ୁଥିବା ଦ୍ବିତୀୟ ଶନିବାରର ଛୁଟି ବାତିଲ୍ କରାଯାଇଛି। ଏହି ଦିନକୁ କାର୍ଯ୍ୟ ଦିବସ ରୂପେ ଘୋଷଣା କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।