ପୁରୀ, ୨୬/୮: ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। କମିଟିରେ ସ୍ଥାନ ପାଇଛନ୍ତି ୧୦ ସଦସ୍ୟ। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି କମିଟିରେ ସ୍ଥାନ ପାଇଛନ୍ତି ମୁକ୍ତିମଣ୍ଡପ ପ୍ରତିନିଧି ସିଦ୍ଧେଶ୍ବର ମହାପାତ୍ର, ସେବକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ସେବକ ପ୍ରତିନିଧି ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛିକାର।
ସେହିପରି ମଠ ପ୍ରତିନିଧି ଭାବେ ସ୍ଥାନ ପାଇଲେ ରଘୁବୀର ଦାସମହାରାଜ। ପୂର୍ବତନ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ଏବଂ ମହେଶ କୁମାର ସାହୁ ପ୍ରମୁଖ ଏହି କମିଟିରେ ସ୍ଥାନ ପାଇଛନ୍ତି।
