ଆଜିର ତାରିଖ ୩୧ ଅଗଷ୍ଟ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଅମ୍ରିତା ପ୍ରୀତମ୍ (୩୧ ଅଗଷ୍ଟ ୧୯୧୯ – ୩୧ ଅକ୍ଟୋବର ୨୦୦୫) ଜଣେ ପ୍ରସିଦ୍ଧ କବୟିତ୍ରୀ, ଔପନ୍ୟାସିକା ଏବଂ ପ୍ରାବନ୍ଧିକା ଥିଲେ, ଯାହାଙ୍କୁ ବିଂଶ ଶତାବ୍ଦୀର ପଞ୍ଜାବୀ ଭାଷାର ଶ୍ରେଷ୍ଠ କବୟିତ୍ରୀ ଭାବରେ ବିବେଚନା କରାଯାଏ। ଅମ୍ରିତା ପ୍ରୀତମ୍ ମୋଟ ପ୍ରାୟ ୧୦୦ଟି ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ତାଙ୍କର ପ୍ରସିଦ୍ଧ ଆତ୍ମଜୀବନୀ ‘ରାସିଡି ଟିକେଟ୍’ ଅନ୍ତର୍ଭୁକ୍ତ।
୨. ମାଳିପୁଡି ରାଜୁ ପଲ୍ଲମ ମଙ୍ଗାପତି ଜଣେ ଜଣାଶୁଣା ରାଜନେତା। ସେ ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ। ଏମ୍. ମଙ୍ଗାପତି ପଲ୍ଲମ ରାଜୁ ୩ ଥର ଲୋକସଭାର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ପଲ୍ଲମ ରାଜୁଙ୍କ ନିର୍ବାଚନମଣ୍ଡଳୀ ଆନ୍ଧ୍ରପ୍ରଦେଶର କାକିନାଡା ଏବଂ ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସ।
୩. ଋତୁପର୍ଣ୍ଣୋ ଘୋଷ (୩୧ ଅଗଷ୍ଟ ୧୯୬୩ – ୩୦ ମଇ ୨୦୧୩) ବଙ୍ଗଳା ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ, ଲେଖକ ଏବଂ ଅଭିନେତା ଥିଲେ। ଜାତୀୟ ପୁରସ୍କାର ବିଜେତା ଋତୁପର୍ଣ୍ଣୋ ଘୋଷ ‘ଚୋଖେର ବାଲି’, ‘ରେନକୋଟ’ ଏବଂ ‘ଆବୋହୁମାନ’ ଭଳି ଚଳଚ୍ଚିତ୍ର ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ଥିଲେ। ସେ ରେକର୍ଡ ବାରଟି ‘ଜାତୀୟ ପୁରସ୍କାର’ ଜିତିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
ପ୍ରଣବ ମୁଖାର୍ଜୀ (୧୧ ଡିସେମ୍ବର ୧୯୩୫ – ୩୧ ଅଗଷ୍ଟ ୨୦୨୦) ଭାରତର ୧୩ତମ ରାଷ୍ଟ୍ରପତି ଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଥିଲେ।
୨. କାଶ୍ମୀରୀ ଲାଲ ଜାକିର (୭ ଏପ୍ରିଲ ୧୯୧୯ – ୩୧ ଅଗଷ୍ଟ ୨୦୧୬) ଜଣେ ପ୍ରଖ୍ୟାତ ଉର୍ଦ୍ଦୁ କବି, ଔପନ୍ୟାସିକ ଏବଂ ଗାଳ୍ପିକ ଥିଲେ।କାଶ୍ମୀରୀ ଲାଲ ଜାକିର ହରିୟାଣା ଉର୍ଦ୍ଦୁ ଏକାଡେମୀର ନିର୍ଦ୍ଦେଶକ ମଧ୍ୟ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୮୧ – ଆମେରିକାରେ ପ୍ରଥମ ଥର ପାଇଁ ଟେନିସ୍ ଚାମ୍ପିଅନସିପ୍ ଖେଳାଯାଇଥିଲା।
୧୯୨୦ – ଆମେରିକୀୟ ସହର ଡେଟ୍ରଏଟରେ ରେଡିଓରେ ପ୍ରଥମ ଥର ପାଇଁ ସମ୍ବାଦ ପ୍ରସାରିତ ହୋଇଥିଲା।
୧୯୫୬ – ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାଜ୍ୟ ପୁନର୍ଗଠନ ବିଲ୍ କୁ ଅନୁମୋଦନ କରିଥିଲେ।
୧୯୫୯ – ଆମେରିକୀୟ ବେସବଲ୍ ଖେଳାଳି ସାଣ୍ଡି କୌଫାକ୍ସ ଏକ ଜାତୀୟ ଲିଗ୍ ରେକର୍ଡ ସ୍ଥାପନ କଲେ।
୧୯୬୨ – କାରିବିଆନ୍ ଦେଶ ଟୋବାଗୋ ଏବଂ ତ୍ରିନିଦାଦ ବ୍ରିଟେନଠାରୁ ସ୍ୱାଧୀନ ହେଲେ।
୧୯୬୪ – କାଲିଫର୍ନିଆ ଆନୁଷ୍ଠାନିକ ଭାବରେ ଆମେରିକାର ସବୁଠାରୁ ଜନବହୁଳ ରାଜ୍ୟ ହେଲା।
୧୯୬୮ – ଭାରତରେ ଦୁଇ-ସ୍ତରୀୟ ରାଉଣ୍ଡିଂ ରକେଟ୍ ରୋହିଣୀ-ଏମଏସଭି୧ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା।
୧୯୯୦ – ପୂର୍ବ ଏବଂ ପଶ୍ଚିମ ଜର୍ମାନୀ ରାଜନୈତିକ ଏବଂ ଆଇନଗତ ବ୍ୟବସ୍ଥାକୁ ସୁସଙ୍ଗତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କଲେ।
୧୯୯୧ – ଉଜବେକିସ୍ତାନ ଏବଂ କିର୍ଗିଜସ୍ତାନ ସୋଭିଏତ୍ ୟୁନିଅନରୁ ସେମାନଙ୍କର ସ୍ୱାଧୀନତା ଘୋଷଣା କଲେ।
୧୯୯୩ – ରୁଷିଆ ଲିଥୁନିଆରୁ ଏହାର ଶେଷ ସୈନ୍ୟ ପ୍ରତ୍ୟାହାର କଲା।
୧୯୯୬ – ବ୍ରିଟେନର ଲେବର ପାର୍ଟି ମଧ୍ୟ ଭାରତ ପରି CTBT ପ୍ରଚଳନ କଲା।
୨୦୦୨ – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ।
୨୦୦୪ – ଇଟାଲୀୟ ଜେନେରାଲ ଗୁଇଡୋ ପାଲମେରିଙ୍କୁ ଭାରତ ଏବଂ ପାକିସ୍ତାନରେ ମିଳିତ ଜାତିସଂଘ ପର୍ଯ୍ୟବେକ୍ଷକ ଗୋଷ୍ଠୀର ପ୍ରମୁଖ ସାମରିକ ପର୍ଯ୍ୟବେକ୍ଷକ ଭାବରେ ଗୋଟିଏ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା।
୨୦୦୫ – ଇରାକର ରାଜଧାନୀ ବାଗଦାଦରେ ଏକ ଧାର୍ମିକ ଅବସରରେ ଫିଦାୟିନ ଆକ୍ରମଣ ଭୟରେ ଦଳାଚକଟାରେ ୮୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।
୨୦୦୮ – ସରକାର ଅମରନାଥ ଭୂମି ବିବାଦର ସମାଧାନ କରିଥିଲେ।