ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ହିମସ୍ଖଳନ

୩ ସେନା ଯବାନ ମୃତ

ଲଦାଖ, ୯/୯: ସିଆଚେନ ଗ୍ଲେସିୟରରେ ଏକ ଅଘଟଣ ଘଟିଛି। ଲଦାଖର ସିଆଚେନ ଗ୍ଲେସିୟରରେ ଏକ ବଡ଼ ଧରଣର ହିମସ୍ଖଳନ ହୋଇଛି। ହିମସ୍ଖଳନରେ ତିନି ଜଣ ସେନା ଯବାନ ପ୍ରାଣ ହରାଇଛନ୍ତି।

ନିୟନ୍ତ୍ରଣ ରେଖାର ଉତ୍ତର ଭାଗରେ ଅବସ୍ଥିତ ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପରେ ଏହି ହିମସ୍ଖଳନ ହୋଇଛି। “ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର” ଭାବରେ ପରିଚିତ ସିଆଚେନ୍‌ରେ ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି।