ରୋଗୀକୁ ଆନାସ୍ଥେସିଆ ଦେଇ ଦୁଷ୍କର୍ମ

ଅପରେସନ ଥିଏଟର ଟେକ୍ନିସିଆନ ବିରୋଧରେ ମାମଲା ରୁଜୁ

କରିମନଗର, ୯/୯: ତେଲେଙ୍ଗାନାର କରିମନଗର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଭାଇରାଲ ଜ୍ୱରର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଛି ଅପରେସନ ଥିଏଟର ଟେକ୍ନିସିଆନ। ଉକ୍ତ ଟେକ୍ନିସିଆନ ବିରୋଧରେ ମାମଲା ରୁଜୁ କରାଯାଇଛି।

ଦୀପିକା ଘରୋଇ ହସ୍ପିଟାଲରେ ଏହା ଘଟିଛି। ଅଭିଯୁକ୍ତ ଦୀକ୍ଷିତ ଦୁଷ୍କର୍ମ କରିବା ପୂର୍ବରୁ ରୋଗୀଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ (ଆନାସ୍ଥେସିଆ) ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ, ପୋଲିସ ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ଘଟିଥିବା ହସ୍ପିଟାଲ କୋଠରୀକୁ ସିଲ୍ କରାଯାଇଛି ଏବଂ ଫୋରେନସିକ୍ ଟିମ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇଛି। ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିବ।