ନୂଆଦିଲ୍ଲୀ, ୯/୯: ନେପାଳରେ ସରକାର ବିରୋଧୀ ହିଂସାତ୍ମକ ପ୍ରତିବାଦ ଜାରି ରହିଥିବାରୁ, ଭାରତ ନିଜର ନାଗରିକମାନଙ୍କୁ ପାଇଁ ଆଡଭାଇଜରି ଜାରି କରିଛି। ନେପାଳରେ ଥିବା ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଛି।
ବୈଦେଶିକ ମନ୍ତ୍ରଣାଳୟ ବିବୃତିରେ କହିଛି ଯେ, ଭାରତୀୟମାନେ ଯେଉଁ ସ୍ଥାନରେ ରହୁଛନ୍ତି, ସେଠାରେ ରୁହନ୍ତୁ। ବାହାରକୁ ଯାଆନ୍ତୁ ନାହିଁ। ସ୍ଥାନୀୟ ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶାବଳୀ ମାନିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଥି ସହ ଆବଶ୍ୟକ ପଡ଼ିଲେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ ବୋଲି ମନ୍ତ୍ରଣାଳୟ କହିଛି।
କୌଣସି ସହାୟତା ଆବଶ୍ୟକ ହେଲେ, ଦୟାକରି କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସକୁ ହେଲ୍ପଲାଇନ୍ ନମ୍ବର +977 – 980 860 2881 (ହ୍ୱାଟ୍ସଆପ୍ ଓ କଲ୍ ଉଭୟ) ଏବଂ +977 – 981 032 6134 (ହ୍ୱାଟ୍ସଆପ୍ ଓ କଲ୍ ଉଭୟ) ରେ କଲ୍ କରନ୍ତୁ,” ବୋଲି କୁହାଯାଇଛି।

ଆଜି ସକାଳେ, MEA କହିଥିଲା ଯେ ଭାରତ ଗତକାଲିଠାରୁ ନେପାଳରେ ଘଟୁଥିବା ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ସେହିପରି ଭାରତ ଓ ନେପାଳ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୀକ୍ଷ୍ଣ ନଜର ରଖାଯାଇଛି।
ଏହି ସମୟରେ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ଅନେକ ଭାରତୀୟ ଏୟାରଲାଇନ୍ସ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ଉଡାଣ ବାତିଲ କରିଛନ୍ତି। କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଥିବାରୁ ମଙ୍ଗଳବାର ଦିନ ଇଣ୍ଡିଗୋ ଏବଂ ନେପାଳ ଏୟାରଲାଇନ୍ସ ଦିଲ୍ଲୀରୁ କାଠମାଣ୍ଡୁକୁ ସେମାନଙ୍କର ବିମାନ ଉଡ଼ାଣ ବାତିଲ କରିଛନ୍ତି।
ସେହିପରି ଏୟାର ଇଣ୍ଡିଆ ଦିଲ୍ଲୀ ଏବଂ କାଠମାଣ୍ଡୁ ମଧ୍ୟରେ ଚାରୋଟି ଉଡ଼ାଣ ବାତିଲ କରିଛି। ଏୟାର ଇଣ୍ଡିଆ ଦିଲ୍ଲୀ ଏବଂ କାଠମାଣ୍ଡୁ ମଧ୍ୟରେ ପ୍ରତିଦିନ ଛଅଟି ଉଡ଼ାଣ ପରିଚାଳନା କରେ।