Gen-Zଙ୍କ ଆକ୍ରୋଶରୁ ବର୍ତ୍ତିଲେନି ପୂର୍ବତନ ପ୍ରଧାନମନ୍ତ୍ରୀ
ଆକ୍ରମଣର ଶିକାର ହୋଇ ପତ୍ନୀଙ୍କ ସହ ହସ୍ପିଟାଲରେ ଭର୍ତ୍ତି
କାଠମାଣ୍ଡୁ, ୯/୯: ନେପାଳରେ ତୀବ୍ର ହେଉଛି ହିଂସାକାଣ୍ଡ। ବିକ୍ଷୋଭ ପ୍ରଦର୍ଶନ ବେଳେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଏବଂ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ହୋଇଛି। ଏଥି ସହ ବୈଦେଶିକ ମନ୍ତ୍ରୀ ଆରଜୁ ଦେଉବା ମଧ୍ୟ ଜେନ-ଜିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଉଡେଲଙ୍କୁ ମଧ୍ୟ ପ୍ରତିବାଦକାରୀମାନେ ମାଡ଼ ମାରିଛନ୍ତି।
ସୂଚନାଯୋଗ୍ୟ, ଗତ କାଲିଠାରୁ ନେପାଳରେ ସୋସିଆଲ ମିଡିଆ ବ୍ୟାନ ବିରୋଧରେ ପ୍ରତିବାଦରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି।