ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ: ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୦ ସେପ୍ଟେମ୍ବର ୨୦୨୫

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ:- ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପ୍ରତିବର୍ଷ ବିଶ୍ୱରେ ସେପ୍ଟେମ୍ବର ୧୦ ତାରିଖ ଦିନ ପାଳିତ ହୁଏ। ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଘୃଣ୍ୟ ଅପରାଧ ବିରୁଦ୍ଧରେ ଗଣ ସଚେତନତା କରାଇବା ଉଦ୍ଦେଶ୍ୟରେ The International Association for Suicide Prevention (IASP) ନାମକ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା World Federation for Mental Health (WFMH)ର ମିଳିତ ଆନୁକୁଲ୍ୟରେ ୨୦୦୩ ମସିହାରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୧୧ ମସିହାରେ ପ୍ରାୟ ୪୦ଟି ଦେଶ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଗୋବିନ୍ଦ ବଲ୍ଲଭ ପନ୍ତ (୧୦ ସେପ୍ଟେମ୍ବର ୧୮୮୭ – ୭ ମାର୍ଚ୍ଚ ୧୯୬୧), ଉତ୍ତର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ ରୁ ୨୭ ମଇ ୧୯୫୪ ପର୍ଯ୍ୟନ୍ତ ଥିଲା। ପରେ ସେ ଭାରତର ଗୃହମନ୍ତ୍ରୀ ମଧ୍ୟ ହୋଇଥିଲେ (୧୯୫୫ -୧୯୬୧)। ଭାରତୀୟ ସମ୍ବିଧାନରେ ହିନ୍ଦୀ ଭାଷାର ମାନ୍ୟତା ପାଇବା ଏବଂ ଜମିଦାରୀ ପ୍ରଥାର ଅନ୍ତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

୨. ରାଧିକାମଣ ପ୍ରସାଦ ସିଂହ (୧୦ ସେପ୍ଟେମ୍ବର ୧୮୯୦ – ୨୪ ମାର୍ଚ୍ଚ ୧୯୭୧) ଜଣେ ଆଧୁନିକ ହିନ୍ଦୀ କବି। ସେ କାହାଣୀ, ଗଦ୍ୟ, କବିତା, ଉପନ୍ୟାସ, ସ୍ମରଣିକା, ନାଟକ ସମସ୍ତ କ୍ଷେତ୍ରରେ ସାହିତ୍ୟ ରଚନା କରିଥିଲେ। ରାଧିକାମଣ ପ୍ରସାଦ ସିଂହଙ୍କୁ ଆରା ଜିଲ୍ଲା ବୋର୍ଡର ପ୍ରଥମ ଭାରତୀୟ ସଭାପତି ଭାବରେ ମନୋନୀତ କରାଯାଇଥିଲା।

୩. ବାସପ୍ପା ଦାନପ୍ପା ଜଟ୍ଟି (୧୦ ସେପ୍ଟେମ୍ବର ୧୯୧୨ – ୭ ଜୁନ୍ ୨୦୦୨), ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ମୃତ୍ୟୁ ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିଲେ। ସେ ଭାରତର ନିର୍ବାଚିତ ରାଷ୍ଟ୍ରପତି ନଥିଲେ। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ୧୧ ଫେବୃଆରୀ ୧୯୭୭ ରୁ ୨୫ ଜୁଲାଇ ୧୯୭୭ ପର୍ଯ୍ୟନ୍ତ ଥିଲା।

୪. ଅନୁରାଗ ସିଂହ କଶ୍ୟପ (୧୦ ସେପ୍ଟେମ୍ବର ୧୯୭୨) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଲେଖକ, ସମ୍ପାଦକ, ପ୍ରଯୋଜକ ଏବଂ ଅଭିନେତା। ସେ ଚାରୋଟି ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ଚଳଚ୍ଚିତ୍ର ପ୍ରତି ତାଙ୍କର ଅବଦାନ ପାଇଁ, ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ରେ ଅର୍ଡର ଡେସ୍ ଆର୍ଟସ୍ ଏଟ୍ ଡେସ୍ ଲେଟ୍ରେସ୍ (ନାଇଟ୍ ଅଫ୍ ଦି ଅର୍ଡର ଅଫ୍ ଆର୍ଟସ୍ ଆଣ୍ଡ୍ ଲେଟ୍ର୍ସ) ପ୍ରଦାନ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଜତୀନ୍ଦ୍ରନାଥ ମୁଖାର୍ଜୀ ବା ବାଘା ଜତୀନ୍ (୭ ଡିସେମ୍ବର ୧୮୭୯ – ୧୦ ସେପ୍ଟେମ୍ବର ୧୯୧୫), ବ୍ରିଟିଶ ଶାସନ ବିରୁଦ୍ଧରେ ଜଣେ ବଙ୍ଗାଳୀ ବିପ୍ଳବୀ। ଜତୀନ୍ଦ୍ରନାଥ ମୁଖାର୍ଜୀଙ୍କ ପିଲାଦିନର ନାମ ଥିଲା ଜତୀନ୍ଦ୍ରନାଥ ମୁଖୋପାଧ୍ୟାୟ। ବାଘ ମାରିବାରେ ତାଙ୍କର ସାହସିକତା ଯୋଗୁଁ ସେ ‘ବାଘା ଜତୀନ୍’ ନାମରେ ମଧ୍ୟ ପ୍ରସିଦ୍ଧ ହୋଇଥିଲେ। ଜତୀନ୍ଦ୍ରନାଥ ବ୍ରିଟିଶ ଶାସନ ବିରୁଦ୍ଧରେ ଜଣେ କାର୍ଯ୍ୟକ୍ଷମ ଦାର୍ଶନିକ ବିପ୍ଳବୀ ଥିଲେ। ସେ ‘ଯୁଗାନ୍ତର ପାର୍ଟି’ର ମୁଖ୍ୟ ନେତା ଥିଲେ।

୨. ସୁକୁମାର ରାୟ (୩୦ ଅକ୍ଟୋବର ୧୮୮୭ – ୧୦ ସେପ୍ଟେମ୍ବର ୧୯୨୩), ଜଣେ ପ୍ରସିଦ୍ଧ ବଙ୍ଗାଳୀ କବି, ଲେଖକ ଏବଂ ଚିତ୍ରଶିଳ୍ପୀ। ସେ ପିଲାମାନଙ୍କ ପାଇଁ ହାସ୍ୟରସପୂର୍ଣ୍ଣ କବିତା ଏବଂ କାହାଣୀ ଲେଖିଥିଲେ। ସୁକୁମାର ରାୟ ଗୁରୁ ରବିନ୍ଦ୍ରନାଥ ଟାଗୋରଙ୍କ ଶିଷ୍ୟ ଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୩୫ – ଡୁନ୍ ସ୍କୁଲ୍ ସତୀଶ ସଞ୍ଜନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯାହା ଭାରତର ଏକ ଜଣାଶୁଣା ଘରୋଇ/ସ୍ୱାଧୀନ ସ୍କୁଲ୍ ଥିଲା।

୨୦୦୩ – କାନକୁନ୍‌ରେ WTOର ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଥିଲା।

୨୦୦୯ – ଜେଟ୍ ଏୟାରୱେଜ୍ ପରିଚାଳନା ଏବଂ ଏହାର ପାଇଲଟ୍ ଏକ ବ୍ୟାପକ ଚୁକ୍ତିନାମାରେ ରାଜି ହୋଇଥିଲେ।

୨୦୧୫ – ଉତ୍ତର-ପୂର୍ବ ଜାପାନରେ, ବନ୍ୟା ଏବଂ ଭୂସ୍ଖଳନ ୯୦,୦୦୦ ଲୋକଙ୍କୁ ବାସହୀନ କରିଥିଲା।

୨୦୧୬ – ରିଓ ପାରା ଅଲିମ୍ପିକ୍ସରେ ମାରିୟାପ୍ପନ ଥାଙ୍ଗାଭେଲୁ ସ୍ୱର୍ଣ୍ଣ ପଦକ ଏବଂ ବରୁଣ ଭାଟି କାଂସ୍ୟ ପଦକ ଜିତିଥିଲେ।