ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: GST ସଂସ୍କାର ନେଇ ବଡ଼ ସୂଚନା

ସଞ୍ଚୟ ଉତ୍ସବ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ, ୨୧/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ଆସନ୍ତାକାଲି, ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେଉଥିବା ନବରାତ୍ରି ଏବଂ ପରବର୍ତ୍ତୀ ପିଢ଼ିର GST ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆସନ୍ତାକାଲି ନବରାତ୍ରି ଆରମ୍ଭ ହେବା ସହିତ, ୯୯ ପ୍ରତିଶତ ସାମଗ୍ରୀ ଶସ୍ତା ହୋଇଯିବ କାରଣ ସେଗୁଡ଼ିକ ୧୮ ପ୍ରତିଶତ GST ସ୍ଲାବରୁ ୫ ପ୍ରତିଶତ GST ସ୍ଲାବକୁ ଚାଲିଯିବ। GST ହ୍ରାସ ଯୋଗୁଁ ଦୈନନ୍ଦିନ ଜୀବନରେ ବ୍ୟବହୃତ ଏହି ସମସ୍ତ ସାମଗ୍ରୀ ଶସ୍ତା ହେବ ଏବଂ ଏହା ଲୋକଙ୍କ ସଞ୍ଚୟ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରି କହିଥିଲେ, “ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆସନ୍ତାକାଲି, ଶକ୍ତି ଉପାସନାର ପର୍ବ ନବରାତ୍ରି ଆରମ୍ଭ ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା। ନବରାତ୍ରିର ପ୍ରଥମ ଦିନରୁ, ଦେଶ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ପଦକ୍ଷେପ ନେଉଛି। ଆସନ୍ତାକାଲି, ସେପ୍ଟେମ୍ବର ୨୨ ତାରିଖରେ, ନବରାତ୍ରିର ପ୍ରଥମ ଦିନ, ପରବର୍ତ୍ତୀ ପିଢ଼ିର GST ସଂସ୍କାର ସୂର୍ଯ୍ୟୋଦୟ ସହିତ କାର୍ଯ୍ୟକାରୀ ହେବ। ଏକ ପ୍ରକାରେ, କାଲି ଦେଶରେ GST ସଞ୍ଚୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି।”

“ଏହି ପର୍ବପର୍ବାଣୀ ଆପଣଙ୍କ ସଞ୍ଚୟକୁ ବୃଦ୍ଧି କରିବ, ଏବଂ ଆପଣ ଯାହା ଚାହୁଁଛନ୍ତି ତାହା ସହଜରେ କିଣିପାରିବେ। ଆମ ଦେଶର ଗରିବ, ମଧ୍ୟବିତ୍ତ, ନିମ୍ନ-ମଧ୍ୟବିତ୍ତ, ଯୁବକ, କୃଷକ, ମହିଳା, ଦୋକାନୀ, ଉଦ୍ୟୋଗୀ – ସମସ୍ତେ ସଞ୍ଚୟ ମହୋତ୍ସବରୁ ବହୁତ ଲାଭ ପାଇବେ। ଏହାର ଅର୍ଥ ହେଉଛି ଏହି ପର୍ବପର୍ବାଣୀରେ ସମସ୍ତେ ମିଠା ଖାଇବାକୁ ପାଇବେ। ଦେଶର ପ୍ରତ୍ୟେକ ପରିବାରରେ ଖୁସି ବୃଦ୍ଧି ପାଇବ। ଆଗାମୀ ପିଢ଼ିର GST ସଂସ୍କାର ଏବଂ ଏହି ସଞ୍ଚୟ ମହୋତ୍ସବ ପାଇଁ ମୁଁ ଦେଶର ଲକ୍ଷ ଲକ୍ଷ ପରିବାରକୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି।”

GST ସଂସ୍କାର ପ୍ରତ୍ୟେକ ପରିବାରରେ ସମୃଦ୍ଧି ଆଣିବ ଏବଂ ଭାରତର ବିକାଶ କାହାଣୀକୁ ତ୍ୱରାନ୍ୱିତ କରିବ। GST “ଏକ ରାଷ୍ଟ୍ର, ଏକ ଟିକସ” ସ୍ୱପ୍ନକୁ ସାକାର କରିଛି। ପ୍ରଧାନମନ୍ତ୍ରୀ ମୋଦୀ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟର ଟିକସ ଛାଡ଼ ଏବଂ GST ସଂସ୍କାରକୁ ଗରିବ, ନିମ୍ନ ମଧ୍ୟବିତ୍ତ ବର୍ଗ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଦୁଇ ପ୍ରକାର ଲାଭ ହେବ। ଆୟକର ଛାଡ଼ ସୀମା ବୃଦ୍ଧି ଏବଂ GST ସଂସ୍କାର ଲୋକଙ୍କୁ ୨.୫ ଲକ୍ଷ କୋଟି ପର୍ଯ୍ୟନ୍ତ ସଞ୍ଚୟ କରିବ।