ଆଜିଠୁ ନୂଆ ଜିଏସଟି ଲାଗୁ

ଜାଣନ୍ତୁ କ’ଣ ଶସ୍ତା ଓ ମହଙ୍ଗା ହେଲା

ନୂଆଦିଲ୍ଲୀ, ୨୨/୯: ୨୦୨୫ ସେପ୍ଟେମ୍ବର ୨୨ରୁ ଲାଗୁ ହୋଇଥିବା ନୂତନ ଜିଏସଟି ସଂସ୍କାର ଭାରତର ଟିକସ ବ୍ୟବସ୍ଥାକୁ ସରଳ କରିଛି। ଏହା ଦ୍ୱାରା ଅନେକ ସାମଗ୍ରୀର ଦର କମିଛି। ୫୬ତମ ଜିଏସଟି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହାକୁ “ଜିଏସଟି ୨.୦” କୁହାଯାଉଛି। ଏହା ବ୍ୟବସାୟ ପାଇଁ ସୁବିଧା ଆଣିବ ଏବଂ ଅର୍ଥନୀତିକୁ ଶକ୍ତିଶାଳୀ କରିବ।

ଜିଏସଟି ସ୍ଲାବଗୁଡିକୁ ସରଳ କରାଯାଇଛି। ପୂର୍ବରୁ ୦%, ୫%, ୧୨%, ୧୮%, ଏବଂ ୨୮% ଥିବା ସ୍ଲାବଗୁଡିକ ଏବେ ୦% (ଆବଶ୍ୟକୀୟ ସାମଗ୍ରୀ), ୫% (ମେରିଟ୍), ୧୮% (ଷ୍ଟାଣ୍ଡାର୍ଡ), ୩% (ସୁନା/ଚାନ୍ଦୀ), ଏବଂ ୪୦% (ହାନୀକାରକ ଦ୍ରବ୍ୟ) ହୋଇଛି। ୧୨% ଓ ୨୮% ସ୍ଲାବ ହଟାଇ ଦିଆଯାଇଛି। – ୩୭୫ରୁ ଅଧିକ ସାମଗ୍ରୀରେ ଟିକସ କମିଛି। ଏହା ମଧ୍ୟବିତ୍ତୀୟ ଲୋକଙ୍କୁ ଉପକାର କରିବ।

କ’ଣ ଶସ୍ତା ହେଲା ଓ କ’ଣ ମହଙ୍ଗା ହେଲା: –

ଶସ୍ତା ହୋଇଥିବା ସାମଗ୍ରୀ/ସେବା:-

– ପ୍ୟାକେଜ୍ଡ ଖାଦ୍ୟ (ବିସ୍କୁଟ୍, ନମକିନ୍, କେଚପ୍, ଜାମ୍) ପୂର୍ବରୁ ୧୨% ଥିଲା, ଏବେ ୫% ହୋଇଛି।

– ସାବୁନ୍, ଶାମ୍ପୁ, ହେଅର୍ ଅଇଲ୍, ଟୁଥପେଷ୍ଟ୍, ଟୁଥବ୍ରଶ୍ ପୂର୍ବରୁ ୧୨-୧୮% ଥିଲା, ଏବେ ୫% ହୋଇଛି।

– ଔଷଧ (ସାଧାରଣ ଓ ଲାଇଫ୍-ସେଭିଂ ଡ୍ରଗ୍ସ୍) ପୂର୍ବରୁ ୫-୧୨% ଥିଲା, ଏବେ ୦-୫% ହୋଇଛି।

– ମେଡିକାଲ୍ ଡିଭାଇସ୍ (ବ୍ୟାଣ୍ଡେଜ୍, ଗ୍ଲୁକୋମେଟର୍) ପୂର୍ବରୁ ୧୨-୧୮% ଥିଲା, ଏବେ ୫% ହୋଇଛି।

– ଘିଅ, ପନିର୍, ଚିଜ୍, ବଟର୍, ଡ୍ରାଇ ଫ୍ରୁଟ୍ସ୍, କଫି, ଆଇସ୍କ୍ରିମ୍ ପୂର୍ବରୁ ୫-୧୨% ଥିଲା, ଏବେ ୦-୫% ହୋଇଛି।

– ଇଲେକ୍ଟ୍ରନିକ୍ସ୍ (ଟିଭି, ଏସି, ୱାସିଂ ମେସିନ୍, ଫ୍ରିଜ୍) ପୂର୍ବରୁ ୨୮% ଥିଲା, ଏବେ ୧୮% ହୋଇଛି।

– ଛୋଟ ଗାଡ଼ି (ବାଇକ୍ <୩୫୦ସିସି, କାର୍ <୧୨୦୦ସିସି), ବାଇସାଇକଲ୍, ଅଟୋ ପାର୍ଟ୍ସ୍ ପୂର୍ବେ ୨୮% ଥିଲା, ଏବେ ୧୮% ହୋଇଛି। – ହେଲ୍ଥ୍ ଓ ଲାଇଫ୍ ଇନ୍ସୁରାନ୍ସ୍ ପୂର୍ବରୁ ୧୮% ଥିଲା, ଏବେ ୦% ହୋଇଛି। – ବ୍ୟୁଟି/ଫିଟନେସ୍ ସେବା (ସେଲୁନ୍, ଜିମ୍) ପୂର୍ବରୁ ୧୮% ଥିଲା, ଏବେ ୫% ହୋଇଛି।

ମହଙ୍ଗା ହୋଇଥିବା ସାମଗ୍ରୀ/ସେବା:-

– ହାନୀକାରକ ଦ୍ରବ୍ୟ (ସିଗାରେଟ୍, ଗୁଟଖା, ପାନ୍ ମସାଲା, ବିଡି) ପୂର୍ବରୁ ୨୮%  ଥିଲା, ଏବେ ୪୦% ହୋଇଛି।

– ଆଲ୍କୋହୋଲ୍-ବେସ୍ଡ୍ ମୃଦୁ ପାନୀୟ ପୂର୍ବରୁ ୨୮% ଥିଲା, ଏବେ ୪୦% ହୋଇଛି।

-ଗାଡ଼ି (ହାଇ-ଏଣ୍ଡ୍ ଏସ୍ୟୁଭି, ଇମ୍ପୋର୍ଟେଡ୍ କାର୍) ପୂର୍ବରୁ ୨୮% ଥିଲା, ଏବେ ୪୦% ହୋଇଛି।

– ପ୍ରିମିୟମ୍ ଏକୋନୋମି/ବିଜନେସ୍ କ୍ଲାସ୍ ଫ୍ଲାଇଟ୍ ଟିକେଟ୍ ପୂର୍ବରୁ ୧୨% ଥିଲା, ଏବେ ୧୮% ହୋଇଛି।

– ରେଷ୍ଟୁରେଣ୍ଟ୍ ସେବା (ଏସି/ପ୍ରିମିୟମ୍) ପୂର୍ବରୁ ୫-୧୮% ଥିଲା, ଏବେ ୧୮% ହୋଇଛି।