କଟକରେ କର୍ଫ୍ୟୁ କୋହଳ

ବଳବତ୍ତର ରହିବ ଇଣ୍ଟରନେଟ କଟକଣା

କଟକ, ୭/୧୦: କଟକ ସହରରେ କୋହଳ ହେଲା କର୍ଫ୍ୟୁ କଟକଣା। କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବାରୁ କଟକଣା କୋହଳ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ। ସହରରେ ଜୀବନଯାତ୍ରା ଧୀରେଧୀରେ ସ୍ୱାଭାବିକ ହେଉଛି। ତେଣୁ କର୍ଫ୍ୟୁ କୋହଳ କରାଯାଇଛି।

ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ। ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଥିଲା। କିନ୍ତୁ ପୂର୍ବପରି ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ।