ଆମ ବସ୍ ଭିତରେ ପଶି ମରଣାନ୍ତକ ଆକ୍ରମଣ

ଏକାଧିକ ଯାତ୍ରୀ ସମେତ ଆକ୍ରମଣକାରୀ ଗୁରୁତର

ପୁରୀ, ୭/୧୦: ପୁରୀ ଜିଲ୍ଲା କଣାସ ବ୍ଲକରେ ଘଟିଛି ଅଭାବନୀୟ ଘଟଣା। ହରଶପଡ଼ାରୁ ସୁକଳ ଯାଉଥିବା ଆମ ବସ୍‌ରେ ଚଢି ଏକ ଯୁବକ ଯାତ୍ରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଛି। ବିନ୍ଧନ ଛକରେ ଆମ ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଆକ୍ରମଣକୁ ନେଇ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀକୁ କାବୁ କରି ପ୍ରବଳ ମାଡ଼ ମାରିଛନ୍ତି। ଯାହା ଫଳରେ ଆକ୍ରମଣକାରୀ ମଧ୍ୟ ଗୁରୁତର ହୋଇଛି। ଆକ୍ରମଣକାରୀକୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ ପରିିସ୍ଥିତିରେ ଏହି କାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।