ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା

ହର୍ଷ୍ଟ 07769 ପାଇଁ ଏହି ମହାନ ଲେଖକଙ୍କୁ ମିଳିବ ନୋବେଲ

ହଙ୍ଗେରୀ, ୯/୧୦: ହଙ୍ଗେରୀଆନ ଲେଖକ ଲାସଜଲୋ କ୍ରାସଜନାହୋରକୋଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଉପନ୍ୟାସ ହର୍ଷ୍ଟ ୦୭୭୬୯ ପାଇଁ ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେ ତାଙ୍କ ଉପନ୍ୟାସ ‘ହର୍ଷଟ୍ 07769’ ମାଧ୍ୟମରେ ଦେଶର ସାମାଜିକ ଅସ୍ଥିରତାକୁ ସଠିକ୍ ଭାବରେ ଚିତ୍ରଣ କରିଥିଲେ।

ସେ ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଓ କ୍ଷମତା ଲଢେଇ ମଧ୍ୟରେ ଜାରି ରଖିଥିଲେ ସାହିତ୍ୟ ରଚନା। ତେଣୁ ସାମଗ୍ରିକ ଅବଦାନ ପାଇଁ ଏହି ହଙ୍ଗେରିଆନ ଲେଖକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଲାସଲୋ ଏକାଧିକ ସିନେମା ଓ ମ୍ୟୁଜିକରେ ମଧ୍ୟ କାମ କରିଛନ୍ତି।

ଗତ ବର୍ଷ, ସାହିତ୍ୟରେ ନୋବେଲ ପୁରସ୍କାର ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ପ୍ରଦାନ କରାଯାଇଥିଲା।

ନୋବେଲ ପୁରସ୍କାର ବିଜେତାମାନେ କେତେ ଟଙ୍କା ପାଆନ୍ତି?

ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ବାର୍ଷିକୀ, ଡିସେମ୍ବର ୧୦ ତାରିଖରେ ନୋବେଲ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଆଲଫ୍ରେଡ ନୋବେଲ ଜଣେ ସ୍ୱିଡିସ୍ ବୈଜ୍ଞାନିକ ଥିଲେ ଯିଏ ଡାଇନାମାଇଟ୍ ଉଦ୍ଭାବନ କରିଥିଲେ। ଏହି ପୁରସ୍କାର ୧୮୯୬ ରେ ତାଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ୧୯୦୧ ରେ ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ, ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ବିଜେତାଙ୍କୁ ୧୧ ନିୟୁତ ସ୍ୱିଡିସ୍ କ୍ରୋନର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦.୫ କୋଟି) ପୁରସ୍କାର ରାଶି ମିଳିଥାଏ। ବିଜେତାଙ୍କୁ ୧୮ କ୍ୟାରେଟ୍ ସ୍ୱର୍ଣ୍ଣ ପଦକ ମଧ୍ୟ ମିଳିଥାଏ।