ଦୀପାବଳି କେବେ ପାଳିବେ

ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା

ପୁରୀ, ୧୫/୧୦: ପୟାଶ୍ରାଦ୍ଧ ଓ ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା। ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ। ପ୍ରେସମିଟ୍‌ରେ ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା।

ସୂଚନା ଅନୁଯାୟୀ, ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ କରାଯିବ। ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା ରହିଛି। ତେଣୁ ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ। ଏତେ କମ୍ ସମୟରେ ପୂଜାର୍ଚ୍ଚନା କରିବା ଅସମ୍ଭବ ବୋଲି ମୁକ୍ତି ପଣ୍ଡିତ ମହାସଭା କହିଛି।