ଭୁବନେଶ୍ଵର, ୧୫/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଧିବଦ୍ଧ ଭାବେ ଜୟ ଢୋଲକିଆଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି। ଜୟଙ୍କ ନାଁରେ କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର।
ସୂଚନାଯୋଗ୍ୟ, ଦିନକ ତଳେ ଜୟ ଢୋଲକିଆ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ତାଙ୍କୁ ବିଜେପି ନୂଆପଡ଼ାରେ ପ୍ରାର୍ଥୀ କରି ପାରେ ବୋଲି ଚର୍ଚ୍ଚା ହେଉଥିଲା। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିବେ।