ଖୋର୍ଦ୍ଧା, ୧୫/୧୦: ଭିଜିଲାନ୍ସ ଜାଲରେ ଡିଇଓ। ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର୍ (DEO)। ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଖୋର୍ଦ୍ଧା ବେଗୁନିଆ ତହସିଲ ଅଫିସର DEO ସ୍ମୃତି ଜୟଶ୍ରୀ। ଚାଷ ଜମି କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅଧିକ ତଦନ୍ତ କରାଯାଉଛି।