ଭୁବନେଶ୍ଵର, ୧୫/୧୦: ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥିନୀ। ସ୍ନେହାଙ୍ଗିନୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସ୍ନେହାଙ୍ଗିନୀଙ୍କ ନାଁ ଉପରେ ମୋହର ମାରିଛନ୍ତି ନବୀନ। ଆଜି ସ୍ନେହାଙ୍ଗିନୀଙ୍କ ସମେତ ଦଳର ବିଭିନ୍ନ ବରିଷ୍ଠ ନେତାମାନେ ନବୀନ ନିବାସରେ ନବୀନଙ୍କ ଡାକରାରେ ତାଙ୍କୁ ଦେଖା କରିଥିଲେ। ଯାହା ପରେ ନବୀନ ସ୍ନେହାଙ୍ଗିନୀଙ୍କ ଉପରେ ଭରସା କରି ତାଙ୍କ ଉପରେ ମୋହର ମାରିଛନ୍ତି।
ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ। ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ଏଥି ସହ ପୂର୍ବତନ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ବୟନ ଶିଳ୍ପ ମନ୍ତ୍ରୀ ଦାୟିତ୍ବରେ ମଧ୍ୟ ଥିଲେ।