ନୂଆପଡ଼ା ବିଜେଡ଼ିକୁ ଶକ୍ତ ଧକ୍କା

ପଦ୍ମ ଧରିଲେ ଲମ୍ବୋଦର ନିଆଲ

ନୂଆପଡ଼ା, ୧୬/୧୦: ନୂଆପଡ଼ା ରାଜନୀତିରେ ବିଜେଡିକୁ ପୁଣି ଏକ ଶକ୍ତ ଝଟ୍‌କା। ଶଙ୍ଖ ଛାଡି ପଦ୍ମରେ ଯୋଗ ଦେଲେ ଲମ୍ବୋଦର ନିଆଲ। ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଲମ୍ବୋଦର ନିଆଲ।

ସେ ୨୦୨୪ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ। ଆଜି ସକାଳେ ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରକୁ ଯାଇଥିଲେ। ଯାହା ପରେ ସେ ପଦ୍ମ ଧରି ପାରନ୍ତି ବୋଲି ଜୋର୍ ଚର୍ଚ୍ଚାର ଧରିଥିଲା। ଏହା ପରେ ସେ ବିଜେଡିରୁ ଇସ୍ତଫା ଦେଇ ନୂଆପଡ଼ାରେ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।