ନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ ଛୁରିଆ

ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ

ନୂଆପଡ଼ା, ୨୦/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। ବିଜେଡ଼ିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ। ଏହା ପୂର୍ବରୁ ମାଆ ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ। ଗତ କାଲି ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡ଼ି।

ସୂଚନାଯୋଗ୍ୟ, ଗତ ୧୮ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ। ବିଜେପିରୁ ଜୟ ଢୋଲକିଆ ଓ କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଘାସିରାମ ମାଝୀ।