ସମାରୋହ ଆୟୋଜନ କର, ମୋ ହାତରୁ ଟ୍ରଫି ନିଅ

ଏସିସି ଅଧ୍ୟକ୍ଷ ନକଭିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ, ୨୧/୧୦: ଏସିଆନ୍ କ୍ରିକେଟ୍ ପରିଷଦ (ଏସିସି) ମୁଖ୍ୟ ମୋହସିନ୍ ନକଭି, ଯିଏକି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମଧ୍ୟ‌ ଅଛନ୍ତି, ସେ ଭାରତକୁ ଏସିଆ କପ୍ ଟ୍ରଫି ପଠାଇବାକୁ ମନା କରି ଦେଇଛନ୍ତି। ଏହା ବଦଳରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ନଭେମ୍ବର ପ୍ରଥମ ସପ୍ତାହରେ ଏକ ସମାରୋହ ଆୟୋଜନ କରି ତାଙ୍କ ହାତରୁ ଜଣେ ଭାରତୀୟ ଖେଳାଳୀ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ କହିଛନ୍ତି।

ବିସିସିଆଇ ସଚିବ ଦେବଜିତ ସାଇକିଆ ଗଣମାଧ୍ୟମରେ ନକଭିଙ୍କୁ ଟ୍ରଫି ପାଇଁ ଇମେଲ ପଠାଇଥିବା କହିବା ପରେ ନକଭିଙ୍କ ଏଭଳି ପ୍ରତିକ୍ରିୟା ଆସିଛି।

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏସିସି ମୁଖ୍ୟ ମୋହସିନ୍ ନକଭିଙ୍କୁ ଏକ ସରକାରୀ ଇମେଲ୍ ଲେଖିଛି। ଯେଉଁଥିରେ ତାଙ୍କୁ ୨୧ ଅକ୍ଟୋବର ମଙ୍ଗଳବାର ଦିନ ଏସିଆ କପ୍ ଟ୍ରଫି ଭାରତକୁ ଫେରାଇବାକୁ କୁହାଯାଇଛି। ଏ ନେଇ ବିସିସିଆଇ ସଚିବ ଦେବଜିତ ସାଇକିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଯଦି ନକଭି ଟ୍ରଫି ନ‌ ଦିଅନ୍ତି ତାହାଲେ ଏସିସି ହାତକୁ ଦେବେ ଏହି ମାମଲା।