ପ୍ରମୋଦ ଭଗତଙ୍କୁ ଏସିଆଡ୍ ବ୍ରୋଞ୍ଜ

ମନୀଷା ରାମଦାସଙ୍କୁ ସାଥୀ କରି ମିକ୍ସଡ୍ ଡବଲ୍ସରେ ଜିତିଲେ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୨/୧୦: ଜାପାନରେ ଚାଲିଥିବା ୨୦୨୬ ଏସିଆନ୍ ପାରା ଗେମ୍ସରେ ପୁଣି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ଓଡ଼ିଆ ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ। ଭାରତର ମନୀଷା ରାମଦାସଙ୍କ ସହ ମିଶି ସେ ମିକ୍ସଡ୍ ଡବଲ୍ସ SL3-SU5 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅକ୍ଟୋବର ୨୨ ତାରିଖରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ଯୋଡ଼ିଙ୍କଠାରୁ ପରାଜିତ ହେବା ପରେ ପ୍ରମୋଦ ଓ ମନୀଷାଙ୍କୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତେବେ ପ୍ରମୋଦଙ୍କ ପାଇଁ ପଦକ ଅଭିଯାନ ଏଠାରେ ଶେଷ ହୋଇନାହିଁ। ପୁରୁଷ ସିଙ୍ଗଲ୍ସ SL3 ବର୍ଗର ସେମିଫାଇନାଲ୍‌ରେ ମଧ୍ୟ ତାଙ୍କର ମ୍ୟାଚ୍ ରହିଛି।

ଅକ୍ଟୋବର ୨୦ ତାରିଖରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ରେ ପ୍ରମୋଦ ଭଗତ ଓ ମନୀଷା ରାମଦାସ ଥାଇଲାଣ୍ଡର ସିରିପୋଙ୍ଗ ଟିମାରାରୋମ୍ ଓ ଚାନିଡା ଶ୍ରୀନାଭାକୁଲଙ୍କୁ ୨୧-୧୫, ୨୧-୧୪ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଏହି ବିଜୟ ସହ ଭାରତ ପାଇଁ ଏକ ପଦକ ନିଶ୍ଚିତ ହୋଇଥିଲା।

କିନ୍ତୁ ଅକ୍ଟୋବର ୨୨ରେ ଇଣ୍ଡୋନେସିଆର ଲିଆନି ଓକ୍ଟିଲା ଓ ହିକମତ ରାମଦାନିଙ୍କ ବିପକ୍ଷ ସେମିଫାଇନାଲ୍‌ରେ ଭାରତୀୟ ଯୋଡ଼ି ପରାଜୟ ବରଣ କରିଥିଲେ। ଫଳରେ ଉଭୟଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ପ୍ରମୋଦ ଭଗତଙ୍କ ଏହି ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।