ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୧୦: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ ଘଟିଛି। କଟକ ହାଇୱେରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍ ଜୟରାମ ଦଣ୍ଡପାଟ ଏବଂ ମଳୟ ବାରିକଙ୍କର ମୃତ୍ୟୁ ଘଟିଛି।

ଗତ କାଲି ବିଳମ୍ବିତ ରାତିରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ପାଖରେ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ମୃତ ଘୋଷଣା କରିଥିଲେ କଟକ ବଡ଼ ମେଡିକାଲ ଡାକ୍ତର।

ଜୟରାମଜଣେ ଆଗଧାଡ଼ିର U23 ସ୍ପ୍ରିଣ୍ଟର ଜୟରାମ ଓ ମଳୟ ୪୦୦ ମିଟର ଦୌଡ଼ାଳି। ଏହି ଦୁଇ ଉଦୀୟମାନ ଆଥଲେଟଙ୍କ ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଉଭୟ କଳିଙ୍ଗ ଷ୍ଟାଡିଅମ ହାଇ ପାରଫର୍ମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।