ଓଡିଶା ଦିବ୍ୟାଙ୍ଗ କ୍ରିକେଟ୍ ଟିମ୍କୁ ସାହାଯ୍ୟର ହାତ ବଢାଇଲା ହାଇଟେକ୍
ହାଇଟେକ୍ର ଖେଳପଡିଆ ଠାରେ ପ୍ରଶିକ୍ଷଣ ନେଉଛନ୍ତି ଖେଳାଳି
ଭୁବନେଶ୍ଵର, ୨୫/୧୦: ଆସନ୍ତା ନଭେମ୍ବର ୩ ତାରିଖରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଆଇଡିସିଏ ଜାତୀୟ ଟି-୨୦ କ୍ରିକେଟ ମ୍ୟାଚ୍ ପାଇଁ ଓଡିଶା ଦିବ୍ୟାଙ୍ଗ କ୍ରିକେଟ୍ ଦଳର ଖେଳାଳୀମାନେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଖେଳପଡିଆ ଠାରେ ପ୍ରଶିକ୍ଷଣ ନେଉଛନ୍ତି । ଦୀର୍ଘ ୮ ଦିନ ଧରି ହେବାକୁ ଥିବା ଏହି ଖେଳ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥ୍ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଉଦ୍ଘାଟନ କରିଥିବାବେଳ ଆଗାମୀ ଟି-୨୦ କ୍ରିକେଟ ମ୍ୟାଚ୍ ପାଇଁ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଏମାନେ ଅକ୍ଷମ ନୁହଁନ୍ତି ସମାଜର ସବୁଠାରୁ ସର୍ବୋତ୍ତମ ସକ୍ଷମ ହୋଇ ଦେଶ, ଜାତି ଓ ରାଷ୍ଟ୍ରକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିଛନ୍ତି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମେଡିକାଲ ସୁପରିଟେଣ୍ଡେଣ୍ଟପ୍ରଫେସର ଡ. ରବିନ୍ଦ୍ରନାଥ ବେହେରା, ଡିନ୍ ଓ ନିର୍ଦ୍ଦେଶକ ଏକାଡେମୀ ପ୍ରଫେସର ଡ. ରାଧାମାଧବ ତ୍ରିପାଠୀ, ଫିଜିଓଥେରାପି କଲେଜ ପ୍ରିନ୍ସିପାଲ୍ ପ୍ରଫେସର ଡ. ଦୀପକ ସାମନ୍ତରାୟ, ଫାର୍ମାସୀ କଲେଜ ପ୍ରିନ୍ସିପାଲ ପ୍ରଫେସର ଡ. ପ୍ରସନ୍ନ କୁମାର କର, +୨ ବିଜ୍ଞାନ ମହାବିଦ୍ୟାଳୟ ପ୍ରିନ୍ସିପାଲ୍ ପ୍ରଫେସର ଡ. ଚିତ୍ତରଞ୍ଚନ ସାହୁ, ହାଇଟେକ୍ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ରୀତା ତ୍ରିପାଠୀ, ଖେଳ ଓ ସଂସ୍କୃତି ବିଭାଗ ନିର୍ଦେଶକ ଲଳିତ କୁମାର ମହାନ୍ତି ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ୮ବର୍ଷ ଧରି ହାଇଟେକ୍ ତରଫରୁ ଖେଳାଳୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଆସୁଥିବାରୁ ଓଡିଶା ଡେଫ୍ କ୍ରିକେଟ୍ ଆସୋସିଏସନ୍ର ଭାଇସ୍-ଚେୟାରମେନ୍ କମାଣ୍ଡର ଡି.କେ ମିଶ୍ର, ସିଇଓ ଡ. ଶର୍ମିଲା ଶୁଦ୍ରମନ୍ୟମ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଉଦ୍ଘାଟନ ଉତ୍ସବକୁ ହାଇଟେକ୍ ଗ୍ରୁପ୍ର କ୍ରୀଡା ଅଧିକାରୀ ଶୁରେଶ କୁମାର ନାୟକ, କ୍ରୀଡା ପ୍ରଶିକ୍ଷକ ମେଘବର୍ଣ୍ଣ ସ୍ଵାଇଁ, ପ୍ରଦୀପ ମିଶ୍ର ପରିଚାଳନା କରିଥିବାବେଳେ ଓଡିଆ ଅଧ୍ୟାପକ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡ. ଚିତ୍ତରଞ୍ଚନ ସାହାଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।