ବାତ୍ୟା ଅପଡେଟ୍: ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ବନ୍ଦ

ପାରାଦୀପ ବନ୍ଦର ୨ ନଂ ବିପଦ ସଙ୍କେତ

ଭୁବନେଶ୍ଵର, ୨୭/୧୦: ବାତ୍ୟା ‘ମୋନ୍ଥା’ ପାଇଁ ୨ ଦିନ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର। ରେଡ୍ ଜୋନ୍ ଥିବା ୮ ଜିଲ୍ଲାରେ ୨ ଦିନ ପାଇଁ ବନ୍ଦ ରହିବ ଅଙ୍ଗନବାଡ଼ି। ୨୮ ଓ ୨୯ ତାରିଖରେ ବନ୍ଦ ରହିବ। ସେହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ବନ୍ଦ ରହିବ ଅଙ୍ଗନବାଡ଼ି।

ସେହିପରି ଗଞ୍ଜାମ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ରହିବ। ୨୭ ଓ ୨୮ ତାରିଖରେ ବନ୍ଦ ରହିବ ସ୍କୁଲ। ସମସ୍ତ ପର୍ଯ୍ୟଟନସ୍ଥଳୀ ଆସନ୍ତା ୩ ଦିନ ଯାଏଁ ବନ୍ଦ ରହିବ। ଗୋପାଳପୁର, ସୋନପୁର ବେଳାଭୂମି ମଧ୍ୟ ବନ୍ଦ ରହିବ।

ଅନ୍ୟପଟେ ପାରାଦୀପ ବନ୍ଦରରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ସ୍ଥଳଭାଗକୁ ଫେରି ଆସିଥିବା ସୂଚନା ମିଳିଛି।