ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି
ଆସନ୍ତା ମାସରେ ଅବସର ନେବେ ବି.ଆର. ଗଭାଇ
କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିଶ
ନୂଆଦିଲ୍ଲୀ, ୨୭/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଉତ୍ତରାଧିକାରୀ ଭାବେ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନିଯୁକ୍ତି ପାଇଁ ସୁପାରିସ୍ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି ବି.ଆର ଗଭାଇ।
ନଭେମ୍ବର ୨୩ରେ ଜଷ୍ଟିସ୍ ଗଭାଇଙ୍କ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏହା ପରଦିନ ଅର୍ଥାତ ନଭେମ୍ବର ୨୪ରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ।
ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ସେ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ ଏବଂ ପ୍ରାୟ ୧୪ ମାସ ପାଇଁ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
୧୯୬୨ ମସିହା ଫେବୃଆରୀ ୧୦ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିଆଣାରୁ ଆସିଥିବା ପ୍ରଥମ ପ୍ରଧାନ ବିଚାରପତି ହେବେ।