ସମ୍ବଲପୁର, ୨୭/୧୦: ପୂର୍ବତଟ ରେଳପଥ, ସମ୍ବଲପୁରର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ସି ଚୌଧୁରୀ ୨୭ ଅକ୍ଟୋବର-୨୦୨୫ରେ ଡିଆରଏମ ଅଫିସ କମ୍ପ୍ଲେକ୍ସର ପ୍ରଗତି ଧାରାଠାରେ ସମ୍ବଲପୁର ମଣ୍ଡଳର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସତର୍କତା ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ସମସ୍ତ କ୍ଷେତ୍ରରେ ଅଖଣ୍ଡତା ଏବଂ ସ୍ୱଚ୍ଛତା ଆଣିବା ପାଇଁ “ସତର୍କ ସତ୍ୟନିଷ୍ଠା ଶପଥ” ଉପରେ ଶପଥ ପାଠ କରାଇଥିଲେ। ୨୭ ଅକ୍ଟୋବର-୨୦୨୫ ରୁ ୨ ନଭେମ୍ବର-୨୦୨୫ ପର୍ଯ୍ୟନ୍ତ ଏହି ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ମନଜିତ ସିଂହ ସନସନୱାଲ, ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପରୋକ୍ତ ଶପଥରେ ଅଂଶଗ୍ରହଣ କରିଥିଲେ।