ଖୋର୍ଦ୍ଧା ଜିଲ୍ଲାରେ ଆଜି ଅପରାହ୍ନରୁ ସ୍କୁଲ ଛୁଟି

୩୧ ଯାଏଁ ବାତିଲ ସରକାରୀ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର, ୨୭/୧୦: ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି ଅପରାହ୍ନ ୧ଟାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଖୋର୍ଦ୍ଧାରେ ସ୍କୁଲ୍‌ ଛୁଟି ରହିବ। ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।