ଏହି ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି

ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା

ଭୁବନେଶ୍ଵର, ୨୭/୧୦: ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି। ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ୨୮ ଓ ୨୯ ତାରିଖରେ ଛୁଟି ରହିବ। ଦୁଇ ଦିନ ଛୁଟି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଏସଆରସି ବାତ୍ୟା ପାଇଁ ରେଡ୍ ଜୋନ୍ ଥିବା ୮ ଜିଲ୍ଲାରେ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଥିଲେ।