ନୂଆପଡ଼ାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସାଧାରଣ ସଭା

ଘରକୁ ଘର ବୁଲି ପ୍ରଚାର କଲେ

ନୂଆପଡା/ଭୁବନେଶ୍ୱର, ୨୯/୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତିକ ଚଳଚଞ୍ଚଳତା । ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କରୁଛନ୍ତି ଭୋଟ ପ୍ରଚାର୍ ।

ଆଜି ନୂଆପଡ଼ାର ପରସାଗୁଡ଼ା ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସଭାର ଆୟୋଜନ କରାଯାଇଥିଲା । ସେଥିରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ଶ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଛନ୍ତି ଯେ, ଡବଲ ଇଞ୍ଜିନ ବିଜେପି ସରକାରରେ ଡବଲ ଗତିର ବିକାଶରେ ସାମିଲ ହୁଅନ୍ତୁ ନୂଆପଡା ବାସୀ। ବିଜେପି ସରକାର ଡ଼ି.ବି.ଟି ଜରିଆରେ ଲୋକଙ୍କ ପ୍ରକୃତ ଲୋକଙ୍କ ପାଖକୁ ପହଞ୍ଚାଇବାରେ ସଫଳ ହେଇଛି। ମହିଳାଙ୍କୁ ସମ୍ମାନର ମିଥ୍ୟା ପ୍ରଚାର କରି ବିଜେଡି ଭୋଟ ନେଉଥିଲା କିନ୍ତୁ ପ୍ରକୃତରେ ମା’କୁ ସମ୍ମାନ ବିଜେପି ହିଁ ଦିଏ, ଦେଉଛି ଓ ଦେଉଥିବ କହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ଏହା ପରେ ଘରକୁ ଘର ବୁଲି ନୂଆପଡାରେ ବିଜେପିକୁ ଜିତାଇବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଏହି ଅବସରରେ ଜୁନାଗଡ ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ, ମଣ୍ଡଳ ସଭାପତି ସଦାନଦ ଯୋଶିଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।