ନୂଆପଡ଼ା/ଭୁବନେଶ୍ୱର, ୩୧।୧୦: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକର ଦର୍ଲିପଡା ପଞ୍ଚାୟତରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଦର୍ଲିପଡା ପଞ୍ଚାୟତର ଦର୍ଲିପଡ଼ା ଗାଁରେ ପଦଯାତ୍ରା କରି ଘରକୁ ଘର ବୁଲି ଏକ ସାଧାରଣ ସଭାରେ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇଵାକୁ ନିବେଦନ କରିଛନ୍ତି।
ବିଜେପିର ଡବଲ ଇଞ୍ଜିନ୍ ସରକାରରେ ବିଧାନସଭା ସଦସ୍ୟଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହେ। ତେଣୁ କୋମନା ବ୍ଲକ ସହ ଦର୍ଲିପଡା ପଞ୍ଚାୟତକୁ ବିକଶିତ କରିବା ପାଇଁ ନୂଆପଡାର ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଭୋଟର ମାନଙ୍କୁ ନିବେଦନ କରିଛନ୍ତି।