ନୂଆପଡ଼ା, ୧୧/୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ପୋଲିଂ ଆରମ୍ଭ ହୋଇଛି। ୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା। ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ।
ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍ ରହିଛି। ସମ୍ବେଦନଶୀଳ ବୁଥ୍ରେ ୪ଟା ଯାଏଁ, ଅନ୍ୟ ସବୁ ବୁଥ୍ରେ ୫ଟା ଯାଏଁ ଭୋଟିଂ ହେବ। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଥିବା ସୂଚନା ମିଳିଛି।
ଉପନିର୍ବାଚନ ପାଇଁ ସୁରକ୍ଷା ଦାୟିତ୍ବରେ ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିୟୋଜିତ ହୋଇଛନ୍ତି। ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି। ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ।