ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ପ୍ରେସମିଟରେ ସୂଚନା ଦେଲେ ସିଇଓ

ନୂଆପଡ଼ା, ୧୧/୧୧: ନୂଆପଡ଼ା ଉପନିର୍ବାଚନ ବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କୁଳିଆବନ୍ଧ ୩୬ ନଂ ବୁଥ୍‌ର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ ହୋଇଛନ୍ତି।

ସସ୍‌ପେଣ୍ଡ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଚାଲିଛି, ସିସିଟିଭିରେ ମନିଟର କରୁଛୁ। ଲୋକଙ୍କ ନିକଟରୁ ଏଯାବତ୍ କୌଣସି ଅଭିଯୋଗ ଆସିନି।