ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସୂଚୀ
ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଉଦ୍ଘାଟନ କରିବେ
ଭୁବନେଶ୍ଵର, ୧୩/୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ହୋଇଛି।
ଆସନ୍ତା ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ ରାଷ୍ଟ୍ରପତି। ୨୭ରେ ବିଧାନସଭାକୁ ସମ୍ବୋଧିତ କରିବେ। ୨୦ରେ ସକାଳ ୧୦ଟା ୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ଝାରସୁଗୁଡ଼ାରୁ ବାୟୁସେନା ହେଲିକପ୍ଟରରେ ଛତିଶଗଡ଼ ଅମ୍ବିକାପୁର ଯିବେ।
୨୭ରେ ଅପରାହ୍ନ ୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଅପରାହ୍ନ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଉଦ୍ଘାଟନ କରିବେ। ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାରେ ସମ୍ବୋଧନ କରିବେ। ୨୮ ତାରିଖ ସକାଳ ୯ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରୁ ଲକ୍ଷ୍ନୌ ବାହାରିବେ।