ନୂଆପଡ଼ା, ୧୪/୧୧: ନୂଆପଡ଼ାରେ ବିପୁଳ ବ୍ୟବଧାନରେ ବିଜେପିର ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ମନ୍ତ୍ରୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତଥା ଆମ ଦଳ ଉପରେ ବିଶ୍ୱାସ କରି ଭୋଟ ଦେଇଥିବାରୁ ନୂଆପଡ଼ାର ଜନସାଧାରଣ ଏବଂ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି।
ଆମର ଡବଲ ଇଞ୍ଜିନ ସରକାର ନୂଆପଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ମୋର ବିଶ୍ୱାସ। ଏହି ଉପନିର୍ବାଚନରେ ବିଜୟୀ ହୋଇଥିବା ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା।”