ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାରେ ହାଇଟେକ୍ ଚାମ୍ପିଅନ

ସମୂହ ରାଷ୍ଟ୍ରୀୟ ଗାନରେ ହାଇଟେକ୍ କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର, ୧୪/୧୧: ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଓଡିଶାର ସମସ୍ତ ଯୁକ୍ତଦୁଇ ବିଦ୍ୟାର୍ଥୀମାନଙ୍କର ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାରେ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ, ଭୁବନେଶ୍ୱର ଚମ୍ପିଆନ୍ ହୋଇ ଜାତୀୟସ୍ତରକୁ ଉନ୍ନିତ ହୋଇ ଆଗାମୀ ଡିସେମ୍ବର ୨ ତାରିଖରେ ହରିୟାଣାରେ ଜାତୀୟ ପ୍ରତିଯୋଗୀତାରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅବସରରେ ହାଇଟେକ୍ ମେଡିକାଲ ପରିସରସ୍ଥ ପ୍ରେକ୍ଷାଳୟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମସ୍ତ କ୍ରୀଡାବିତ୍‌ଙ୍କୁ ସମ୍ମାନିତ କରିବା ସହ ଆଗାମୀ ମ୍ୟାଚ୍ ପାଇଁ ଉତ୍ସାହିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ହାଇଟେକ୍ ଗ୍ରୁପ୍‌ର ଟ୍ରଷ୍ଟି ସାବିତ୍ରୀ ପାଣିଗ୍ରାହୀ, ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର୍ ଡ. ରବିନ୍ଦ୍ରନାଥ ବେହେରା, ମୁଖ୍ୟ ପ୍ରଶାସନିକ ଅଧିକାରିଣୀ ମାଲକିନ୍ ବେହେରା, ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ପ୍ରିନ୍ସିପାଲ ପ୍ରଫେସର୍ ଡ. ଚିରଞ୍ଜନ ସାହୁ, ଉପାଧ୍ୟକ୍ଷ ବିଭୂତି ଭୂଷଣ ବେହେରା, ହାଇଟେକ୍ ଡୋଲ କଲେଜ୍ ପ୍ରିନ୍ସିପାଲ ପ୍ରଫେସର୍ ଡ. ସଂଗ୍ରାମ ପାତ୍ର, ଫିଜିଓଥେରାପି କଲେଜ ପ୍ରିନ୍ସପାଲ ପ୍ରଫେସର୍ ଡ. ଦୀପକ୍ ସାମନ୍ତରାୟ, ଫାର୍ମାସୀ କଲେଜ ଭାଇସ୍‌-ପ୍ରିନ୍ସପାଲ ପ୍ରଫେସର୍ ଡ. ବବିତା ସାହୁ, ହାଇଟେକ୍ ସ୍କୁଲ ଏଣ୍ଡ କଲେଜ ଅଫ୍ ନର୍ସିଂର ଡିନ୍ ଏଣ୍ଡ ଡାଇରେକ୍ଟର ଡ. ଆଶିଷ୍‌ବାଳା ମହାପାତ୍ର ଉପସ୍ଥିତ ରହି ହାଇଟେକ୍ ଗ୍ରୁପ୍‌ର କ୍ରୀଡା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଲଳିତ କୁମାର ମହାନ୍ତି, କ୍ରୀଡା ପ୍ରଶିକ୍ଷକ ଶୁରେଶ କୁମାର ନାୟକ, ସୁମନ ମହାରଣା ଏବଂ ସତ୍ୟ ବିପ୍ଳବ ମିଶ୍ରଙ୍କ ସହ ୧୪ଜଣ କ୍ରୀଡାବିତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହାଇଟେକ୍ ବିଜ୍ଞାନ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ. ଚିତ୍ତରଞ୍ଜନ ସାହାଣୀ ପରିଚାଳନା କରିଥିଲେ ।