ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମବାୟ ସପ୍ତାହ ପାଳିତ
କେନ୍ଦ୍ରୀୟ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ସମବାୟରେ ବିରାଟ ପରିବର୍ତନ ହେଉଛି: ମନମୋହନ ସାମଲ
ପ୍ରତ୍ୟେକ ପଂଚାୟତରେ ବହୁମୁଖୀ କୃଷି ସମବାୟ ସମିତି ଗଠନକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର : ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ
ଭୁବନେଶ୍ୱର, ୧୪/୧୧: ଦେଶର ଯଶସ୍ୱୀ ଗୃହମନ୍ତ୍ରୀ ତଥା ଦେଶର ପ୍ରଥମ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିଛି। ଆଗାମୀ ଦିନରେ ପଂଚାୟତର କୃଷି ସମବାୟ ସମିତି ଅଂଚଳ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ୭୨ତମ ଜାତୀୟ ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ସମବାୟ ସପ୍ତାହର ପ୍ରଥମ ଦିବସରେ ଶ୍ରୀ ସାମଲ ସମବାୟ ପତାକା ଉତୋଳନ କରି କହିଥିଲେ ଯେ, ସମବାୟ ସମିତିରେ ୨୫ଟି ସାମଗ୍ରୀର ବାଣିଜ୍ୟ ବ୍ୟବସାୟ ହେବ। ଏଥିସହ ସମିତିର ଉନ୍ନତି କରାଯିବ। ସ୍ଥାନୀୟ ଜନସାଧାରଣ ଏହାର ଲାଭ ପାଇପାରିବେ। ଏହି ସମବାୟ ସଂସ୍ଥାକୁ ବିଗତ ଦିନରେତ୍ତତତ୍କାଳୀନ ସରକାର ଲୁଣ୍ଠନ କରି ଦୁର୍ନୀତିର ଗନ୍ତାଘର କରିଥିଲେ। ମାତ୍ର ବିଜେପି ସରକାର ଆସିବା ପରେ ଉକ୍ତ ବ୍ୟବସ୍ଥାରେ ପରିବର୍ତନ ହୋଇଛି।
ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଏଥିରେ ଯୋଗଦେଇ କହିଛନ୍ତି ଯେ, ଓଡିଶାର ପ୍ରତ୍ୟେକ ପଂଚାୟତରେ ଗୋଟିଏ ବହୁମୁଖୀ କୃଷି ସମବାୟ ସମିତି ଗଠନ କରିବା ପାଇଁ ବିଜେପି ସରକାରଙ୍କ ଅଗ୍ରସର ହୋଇଛନ୍ତି। ସମବାୟ ସମିତିରେ ସ୍ୱଚ୍ଛତା ଆଣିବା ପାଇଁ ଦୀର୍ଘଦିନରୁ ସମିତି ସଂପାଦକମାନେ ଦାବି କରୁଥିଲେ। ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରି “କମନ୍ କ୍ୟାଡର୍ ରୁଲ୍” ପ୍ରଚଳନ କରିବାକୁ କହୁଥିଲେ। ବିଜେପି ସରକାର ଜିଲ୍ଲାସ୍ତରରେ ଏହାକୁ କ୍ରିୟାନ୍ୱୟନ କରିସାରିଛି। ଖୁବ୍ଶୀଘ୍ର କର୍ମଚାରୀମାନଙ୍କୁ ତାର ସୁଫଳତା ମିଳିବ।
ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଏଥିରେ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମବାୟ ମନ୍ତ୍ରୀ ଡଃ ଅରବିନ୍ଦ ଢାଲି ଓ ସମୀର ରଞ୍ଜନ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ସମବାୟବିତ୍ ଯଜେ୍ଞଶ୍ୱର ବାବୁ, ସୁଦର୍ଶନ ନାୟକ, ଡଃ. ହରିକୃଷ୍ଣ ମିଶ୍ର, ଅକ୍ଷୟ ମହାନ୍ତି, ଶେଷଦେବ ମେହେର, ସତ୍ୟବାନ ଜେନା, ଶ୍ରୀଧର ବେହେରା, ପ୍ରତାପ ସାମଲ, ପ୍ରଫୁଲ୍ଲ ଜେନା, ସରୋଜକାନ୍ତ ସାହୁ, ବନ୍ଦନା କାନୁନ୍ଗୋ, ପ୍ରେମଲତା ମିଶ୍ର, ବିଶ୍ୱଜିତ୍ ସ୍ୱାଇଁ, ସତ୍ୟ ରାଉତ, ସୁବାଷ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।