ଭୁବନେଶ୍ଵର, ୧୮/୧୧: ବିଏମସି ଓ ବିଡ଼ିଏ ଦ୍ୱାରା ମିଳିତ ଭାବରେ ସାଲିଆ ସାହିରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଜି ଦ୍ୱିତୀୟ ଦିନରେ ୪୦୦ ଘର ଉଚ୍ଛେଦ କରିଛି ମିଳିତ ଟିମ୍। ବିଡିଏ, ବିଏମସି, କମିଶନରେଟ୍ ପୋଲିସ, ୱାଟକୋ, ଟାଟା ପାୱାର, ଆର ଆଣ୍ଡ ବି ଟିମ୍ ଦ୍ୱାରା ଉଚ୍ଛେଦ କରାଯାଇଛି।
ଆଜିର ଉଚ୍ଛେଦ ଅଭିଯାନରେ ୧୩ ଟି JCB ଏବଂ ଗୋଟିଏ ଚେନ୍ ମାଉଣ୍ଟେଡ୍ ପୋକ୍ଲେନ୍ ନିୟୋଜିତ ହୋଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଆଜିର ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା।
ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ରିଙ୍ଗ ରୋଡ ହେଲେ ପ୍ରାୟ ୧୩ କିଲୋମିଟର ଲମ୍ବ ଏହି ପ୍ରସ୍ତାବିତ ରାସ୍ତା ଏହି ଅଞ୍ଚଳରେ ଟ୍ରାଫିକ ଭିଡ଼କୁ କମ କରିବ ବୋଲି ଆଶା କରାଯାଉଛି।