ଶପଥ ନେବେ ଜୟ ଢୋଲକିଆ

ଶପଥ ପାଠ କରାଇବେ ବାଚସ୍ପତି

ଭୁବନେଶ୍ଵର, ୨୦/୧୧: ଆଜି ଶପଥ ନେବେ ନବନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ। ଦିନ ୧ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିବେ ଜୟ। ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇବେ ବାଚସ୍ପତି ସୁରମା ପାଢ଼ୀ।

ନୂଆପଡ଼ା ଉପନିର୍ବାଚନରେ ଜୟଙ୍କ ବିପୁଳ ବିଜୟ ହୋଇଛି। ୮୩ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ ଜୟ।

୨୭ରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଯୋଗ ଦେବେ।