ବିଶିଷ୍ଟ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ରାଉତଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ

ସମସ୍ତ କବିଙ୍କୁ ପ୍ରତିଭା ସମ୍ମାନ ପ୍ରମାଣପତ୍ର ଓ ଉତ୍ତରୀୟ ମେଡାଲ ଦେଇ ସମ୍ବର୍ଦ୍ଧିତ

ଚାନ୍ଦବାଲି ୨୨/୧୧(କିଷାନ ପାତ୍ର): ଓଡିଶାର ବିଶିଷ୍ଟ ଶ୍ରମିକ ନେତା ରାଉରକେଲା ଧାମରା ସଙ୍ଘର ପ୍ରାଣ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ରାଉତଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଚାନ୍ଦବାଲି ବିଜୁ ସ୍ମୁତି ଭବନ ପରିସରରେ ନାରାୟଣ ଚନ୍ଦ୍ର ରାଉତ ସ୍ମୁତି ସଂସଦ ରାଉରକେଲା ଓ ଚାନ୍ଦବାଲି ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ଶନିବାର ଏକ ବର୍ଣ୍ଣଢ୍ୟ ପରିବେଶରେ ଗବେଷକ ବଂଶୀଧର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼. ବ୍ୟାମକେଶ ରାୟ, ସଂମ୍ମାନିତ ଅତିଥି ପ୍ରାକ୍ତନ ପ୍ରଧାନଶିକ୍ଷକ ପଞ୍ଚାନନ ପଲାଇ, ସମାଜସେବୀ ପ୍ରତାପ ଚନ୍ଦ୍ର ଧଳ, ଓକିଲ ସଙ୍ଘ ସଭାପତି ଉପେନ୍ଦ୍ର କୁମାର ରାଉଳ, ଇ. ଅଭୟ ସୂତାର ପ୍ରମୁଖ ସହ ଅନ୍ୟ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ବିଶିଷ୍ଟ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ରାଉତଙ୍କ ସ୍ମୁତି ଚାରଣ କରିଥିଲେ l ଏହି ଅବସରରେ ନାରାୟଣ ଚନ୍ଦ୍ରଙ୍କ ସ୍ମୁତି ବିଭାବନା ସ୍ମରଣିକା ଉନ୍ମୋଚନ କରାଯାଇଥିଲା l ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ବିଶିଷ୍ଟ କବି ସୁଶାନ୍ତ ନାୟକଙ୍କ ସଂଯୋଜନାରେ ନାରୀ କବି ସବିତା ବେହେରା, ମନୋଜ ଭଳ, ଚିତ୍ତରଞ୍ଜନ କବି, ପ୍ରଫୁଲ୍ଲ ଦାସଙ୍କ ସହ ପ୍ରାୟ ୨୫ ଜଣ କବି ସ୍ୱର୍ଗତ ନାରାୟଣ ଚନ୍ଦ୍ରଙ୍କ ସମ୍ପର୍କିତ କବିତା ପାଠ କରିଥିଲେ l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମସ୍ତ କବିଙ୍କୁ ପ୍ରତିଭା ସମ୍ମାନ ପ୍ରମାଣପତ୍ର ଓ ଉତ୍ତରୀୟ ମେଡାଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଚାନ୍ଦବାଲି ବିକାଶ ପରିଷଦର ସଭାପତି ତଥା ନାରାୟଣ ରାଉତଙ୍କ ସୁପୁତ୍ର ନିରୋଦ କୁମାର ରାଉତ, ସମ୍ପାଦକ ମହେଶ୍ୱର ବଳ, ଗୌରହରି ନାୟକ, ଅକ୍ଷୟ ଦାସ, ଦେବେନ୍ଦ୍ର ବିଶ୍ୱାଳ, ସମାଜସେବୀ କାଁହୁଚରଣ ବେହେରା, ବୈଇଲୋଚନ ଜେନା,ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l