ହାଇଟେକ ମେଡିକାଲ କଲେଜରେ ଓଡିଶା ରାଜ୍ୟ ଫିଜିଓଥେରାପି ଲିଗ

ବିଭିନ୍ନ ପ୍ରତିଷ୍ଠାନର ଖେଳାଳିଙ୍କ ଅଂଶଗ୍ରହଣ

ଭୁବନେଶ୍ଵର, ୨୨/୧୧: ହାଇଟେକ ମେଡିକାଲ କଲେଜ ପରିସରସ୍ଥ ଖେଳ ପଡିଆ ଠାରେ ଓଡିଶା ରାଜ୍ୟ ଫିଜିଓଥେରାପି ଲିଗର ଇଣ୍ଟର କଲେଜ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଛି । ଏହାକୁ ମୁଖ୍ୟ ଅତିଥି ବି ଏମ ସି ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ହାଇଟେକ ଗ୍ରୁପର ସି ଇ ଓ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ଉଦ୍ଘାଟନ କରିଥିବା ବେଳେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଶାରୀରିକ ସୁସ୍ଥତା ପାଇଁ ଆବଶ୍ୟକ ବୋଲି କହିଥିଲେ । ଏହି କ୍ରିକେଟ ଟୁର୍ନାମେଣ୍ଟରେ ଡ୍ରିମସ, ଇନ୍‌ଷ୍ଟିଟ୍ୟୁଟ ଅଫ ହେଲ୍ଥ ସାଇନସ, ପ୍ରତିଭା ଦେବୀ, କିମସ ଏବଂ ହାଇଟେକର ବିଦ୍ୟାର୍ଥୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ହାଇଟେକ ଫିଜିଓଥେରାପି କଲେଜର ଡିନ ଆଣ୍ଡ ଡ଼ାଇରେକଟର ପ୍ରଫେସର ଡାକ୍ତର ଅମଲେନ୍ଦୁ ଚୌଧୁରୀ, ପ୍ରିନସିପାଲ ପ୍ରଫେସର ଡାକ୍ତର ଦୀପକ ସାମନ୍ତରାୟ ଯୋଗଦାନ କରିଥିଲେ । ଓଡିଶା ରାଜ୍ୟ ଫିଜିଓଥେରାପି କନଫରେନ୍ସର ଅର୍ଗାନାଇଜ଼ୀଙ୍ଗ ସେକ୍ରେଟେରୀ ଡାକ୍ତର ସୌମେନ୍ଦ୍ର ପଣ୍ଡା ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି ।